ICC ର ଏକ ଛୋଟିଆ ଭୁଲ୍ ଭାରତ ପାଇଁ ଆଣିଦେଲା ବଡ଼ ଖୁସିର ଖବର, ପଢନ୍ତୁ ସମ୍ପୂର୍ଣ ଖବର

 

କ୍ରିକେଟ୍ ଖବର: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବା ଆଇସିସି ମଙ୍ଗଳବାର ଦିନ ଏକ ଛୋଟ ଭୁଲ କରିଥିଲା। ଯାହା ଭାରତ ପାଇଁ ଏକ ବଡ଼ ଖୁସି ଆଣିଦେଇଥିଲା। ମଙ୍ଗଳବାର ଦିନ ଅପରାହ୍ନରେ ଟେଷ୍ଟ ରେକିଂ ପ୍ରକାଶ କରିଥିଲା ଆଇସିସି। ଆଇସିସି ଅଫିସିଆଲ ଓ୍ୱେବସାଇଟରେ ଦ୍ୱିପ୍ରହର ପ୍ରାୟ 1.30 ମିନିଟରେ ଭାରତ ଶୀର୍ଷ ତାଲିକାରେ ରହିଥିବା ନେଇ ପ୍ରକାଶ କରିଥିଲା। ଏହି ମାନ୍ୟତା ତାଲିକାରେ ଭାରତ ପ୍ରାୟ ଦେଢ ଘଣ୍ଟା ଧରି ଏହି ଶୀର୍ଷ ସ୍ଥାନରେ ଭାରତ ରହିଥିଲା। ତେବେ ପାଖାପାଖି 4ଟା ସମୟରେ ଭାରତକୁ ଦ୍ୱିତୀୟ ସ୍ଥାନକୁ ଖସାଇ ଦିଆଯାଇଥିଲା ଓ ପରେ ଅଷ୍ଟ୍ରେଲିଆକୁ ଶୀର୍ଷ ମାନ୍ୟତା ପ୍ରଦାନ କରାଯାଇଥିଲା । 

ଆଇସିସିର ଓ୍ୱେବସାଇଟ ଅନୁସାରେ ସକାଳ ପ୍ରାୟ ସାଢେ 8ଟା ସମୟରେ ଅଷ୍ଟ୍ରେଲିଆ ଏକ ନମ୍ବର ଟିମ ରହିଥିଲା। ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆକୁ ଶୀର୍ଷ ମାନ୍ୟତା ମିଳିଥିଲା। ତେବେ ମାନ୍ୟତା ତାଲିକାରେ ପରବର୍ତ୍ତୀ ସମୟରେ ତୃଟି ବିଚ୍ୟୁତି ହୋଇଥିଲା। ଏହାକୁ ନେଇ ଯଦିଓ ଆଇସିସି ଅଧିକାରୀଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ, କିନ୍ତୁ ଏହି ତ୍ରୁଟିକୁ ନେଇ ସୋସିଆଲ ମିଡ଼ିଆରେ କ୍ରିକେଟ ପ୍ରଶଂସକ ଜୋରଦାର ସମାଲୋଚନା କରିବାରେ ଲାଗି ପଡ଼ିଛନ୍ତି।

 

ଉଭୟ ଦଳ ମଧ୍ୟରେ ରହିଛି ଏତିକି ପଏଣ୍ଟର ପାର୍ଥକ୍ୟ:

ଅଷ୍ଟ୍ରେଲିଆ କ୍ରିକେଟ ଦଳ ଟେଷ୍ଟ ମାନ୍ୟତାରେ ବିଗତ କିଛି ଦିନ ଧରି ଶୀର୍ଷ ସ୍ଥାନରେ ରହି ଆସିଛି। ତେବେ ସଦ୍ୟ ପ୍ରାପ୍ତ ମାନ୍ୟତା ଅନୁଯାୟୀ ଦଳ 126 ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି। ଏହା ସହିତ 115 ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଭାରତ ରହିଥିଲା। ଅର୍ଥାତ ଉଭୟ ଦଳ ମଧ୍ୟରେ ମାତ୍ର 11 ପଏଣ୍ଟର ପାର୍ଥକ୍ୟ ରହିଥିଲା। 107 ପଏଣ୍ଟ ସହିତ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଥିଲା। ଭାରତ ଏବେ ଟି20 ମାନ୍ୟତା ତାଲିକାରେ ଶୀର୍ଷ ଓ ଦିନିକିଆ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି।

ବର୍ତ୍ତମାନ ଦିନିକିଆରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ରହିଛି। ଆଇସିସି ଟିମ ଦ୍ୱାରା ମାନ୍ୟତା ପାଇଁ ପ୍ରତିଟି ସିରିଜରେ ଅପଡେଟ କରିଥାଏ। 15 ଜାନୁଆରୀରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ ଶେଷ ହୋଇଛି। ଆଗକୁ ରହିଛି ଟେଷ୍ଟ ସିରିଜ। ଏହି ଟେଷ୍ଟ ସିରିଜ ଶେଷ ହେବା ପରେ ସିରିଜ ମାନ୍ୟତା ତାଲିକା ଅପଡେଟ ହେବ। 1 ଅକ୍ଟୋବରରେ ଆଇସିସି ମାନ୍ୟତା ତାଲିକା ଅପଡେଟ କରିଥାଏ।

ଆହୁରି ପଢ଼ନ୍ତୁ: IPL 2023: ଧୋନିଙ୍କ ପ୍ଲାନ୍ ଆଗରେ ଫେଲ୍ ହେଲେ ବାକି ସବୁ ଦଳ, କମ୍ ପଇସା ଖର୍ଚ୍ଚ କରି CSK ତିଆରି କଲା ମଜବୁତ୍ ଟିମ୍