କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

  1. Home
  2. Cric Special

କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

ଆପଣଙ୍କ ହୁଏତ ମନେ ନଥିବ୨୦୧୧ରେ ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଘରୋଇ ବ୍ୟାଟ୍ସମ୍ୟାନ ଇଆନ ବେଲ୍ ବିବାଦୀୟ ରନ୍ଆଉଟ୍ ଶିକାର ହୋଇଥିଲେ ଯାହାର ଫଳ ସ୍ୱରୂପ ଧୋନିଙ୍କୁ ଏହି ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ଧୋନୀ ଟିମ୍ ଇଣ୍ଡିଆର ଆଉଟ୍ …


କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

ଆପଣଙ୍କ ହୁଏତ ମନେ ନଥିବ୨୦୧୧ରେ ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଘରୋଇ ବ୍ୟାଟ୍ସମ୍ୟାନ ଇଆନ ବେଲ୍‌ ବିବାଦୀୟ ରନ୍‌ଆଉଟ୍‌ ଶିକାର ହୋଇଥିଲେ ଯାହାର ଫଳ ସ୍ୱରୂପ ଧୋନିଙ୍କୁ ଏହି ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଥିଲା ।

କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

କିନ୍ତୁ ଧୋନୀ ଟିମ୍‌ ଇଣ୍ଡିଆର ଆଉଟ୍‌ ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ଘଟଣାଟି ଥିଲା ଏଭଳି ଯେ ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କ ଓଭରର ଅନ୍ତିମ ବଲକୁ ଇଆନ ମୋର୍ଗାନ ମିଡ୍‌ଅନ ଅଞ୍ଚଳକୁ ଖେଳିଥିଲେ ବଲକୁ ଫିଲ୍ଡର ବାଉଣ୍ଡରି ପୂର୍ବରୁ ଅଟକାଇଦେଇଥିଲେ କିନ୍ତୁ ଏକଥା ବେଲ୍‌ଙ୍କୁ ଜଣା ନ ଥିଲା । ସେ କ୍ରିଜ୍‌ ବାହାରେ ଥିବାବେଳେ ଫିଲ୍ଡର ଠାରୁ ଥ୍ରୋ ସଂଗ୍ରହ କରି ଧୋନୀ ରନ୍‌ଆଉଟ୍‌ କରିଥିଲେ ଏବଂ ବେଲ ଆଉଟ ଘୋଷିତ ମଧ୍ୟ ହୋଇଥିଲେ ।

କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

କିନ୍ତୁ ଚା’ ପାନ ବିରତିବେଳେ ଇଂଲଣ୍ଡ ଦଳର ଅନୁରୋଧ କ୍ରମେ ଧୋନୀ ଭାରତୀୟ ଦଳର ଅପିଲକୁ ପ୍ରତ୍ୟାହାର କରିନେଇଥିଲେ। ଏହି ମ୍ୟାଚ୍‌ରେ ବେଲ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ ଏବଂ ଭାରତୀୟ ଦଳ ୩୧୯ ରନ୍‌ରେ ପରାସ୍ତ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଥିଲା, ବର୍ତମାନ ୨୦୧୯ ବର୍ଷର ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି ।